Ticker

6/recent/ticker-posts

ମୋବାଇଲରୁ ବି ବ୍ୟାପିପାରେ କରୋନା ଭାଇରସ !

ନୟାଗଡ଼ ଖବର- ୧୭ -୦୩-୨୦୨୦ : କରୋନାକୁ ନେଇ ଦେଶ ତଥା ବିଶ୍ୱ ସାରା ସଚେତନତାର ବାର୍ତ୍ତା। ଚାରିଆଡ଼େ ଏନେଇ ଚାଲିଛି ପ୍ରତିକାରର ପନ୍ଥା । ସ୍ଥାନ କାଳ ଓ ପାତ୍ର ବିଶେଷରେ କରୋନା ଭାଇରସକୁ ନେଇ କରାଯାଉଛି ପ୍ରତିଷେଧକର ବ୍ୟବସ୍ଥା ।

ଦିନ ଯେତିକି ଯେତିକି  ଗଡ଼ି ଚାଲିଛି , କରୋନାକୁ ନେଇ ସେତିକି ସେତିକି ଦ୍ୱନ୍ଦ ବଢ଼ି ଚାଲିଛି ।  ଆମର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଦିରେ ମଧ୍ୟ ବ୍ୟବହାର ନେଇ ସାବଧାନ ରହିବାକୁ ସୂଚିତ କରାଗଲାଣି ।


Computer image of a coronavirus
ମୋବାଇଲକୁ ତ ଛାଡ଼ିହେବନି , ହେଲେ ଆମେ ଏହାର ବ୍ୟବାହର ନେଇ ସଚେତନ ହୋଇ ପାରିବା। ରାଜ୍ୟ ସରକାକ ଏହି କରୋନା ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ସତର୍କ କରିଛନ୍ତି । କରୋନା ପାଇଁ ରାଜ୍ୟ ସରକାର ଗଠନ କରିଥିବା କମିଟି ପକ୍ଷରୁ ପ୍ରେସ୍‌ମିଟ୍‌ରେଏନେଇ ସୂଚନା ଦିଆଯାଇଛି। ମୋବାଇଲକୁ ଅନ୍ୟ କାହା ହାତକୁ ନଦେଇ ନିଜେ ପାଖରେ ରଖନ୍ତି । ଅଫିସରେ ଥିବା ବେଳେ ନିଜ ଟେବୁଲ ଉପରେ ନରଖି ବ୍ୟାଗରେ ରଖନ୍ତୁ ବୋଲି କହିଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ।

ଜଣେ ଲୋକ ଦିନରେ ହାରାହାରି ୨୬୦୦ ଥର ନିଜ ମୋବାଇଲ ଛୁଇଁଥାଏ। ଏଥିରେ ସଂକ୍ରମଣ ସମ୍ଭାବନା ଥିବାରୁ ନିଜ ମୋବାଇଲକୁ ଦୈନିକ ୪ରୁ ୬ ଥର ସାନିଟାଇଜରରେ ପୋଛନ୍ତୁ ବୋଲି କୁହାଯାଇଛି।

ଉଲ୍ଲେଖନୀୟ ଯେ ,  ସମସ୍ତେ ଶେଯରୁ ଉଠିବା ଠାରୁ ନେଇ ଶେଯକୁ ଯିବା ଯାଏ ମୋବାଇଲ ବ୍ୟବହାର କରୁଛନ୍ତି । ମୋବାଇଲ ହିଁ ଆଜିର ସମୟରେ ଅଧିକ ସମୟ ଧରି ପାଖେ ରହୁଛି ଓ ଏବହାର ବ୍ୟବାହର ହେଉଛି । ଅନ୍ୟ ସବୁଥିରେ ସକର୍ତ ରହିବା ସହ ଏବେ ମୋବାଇଲ ବ୍ୟବହାର ନେଇ ମଧ୍ୟ ସାବଧାନ ରହିବାକୁ ହେବ ।

Post a Comment

0 Comments