କୋଭିଡ-19 ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ସଂସ୍କାର ଚାରିଟେବଲ ଟ୍ରଷ୍ଟର ଦ୍ବିତୀୟ ପର୍ଯ୍ୟାୟ ଖାଦ୍ୟ ବଣ୍ଟନ ।

ନୟାଗଡ଼ : ୧୫/୦୪/୨୦୨୦ (ନୟାଗଡ଼ ଖବର)- କୋଭିଡ ୧୯ଭୂତାଣୁ ଜନିତ ସଂକ୍ରମଣର ଆଶଙ୍କାକୁ ପ୍ରତିହତ କରିବା ନିମନ୍ତେ ସରକାରଙ୍କ ତରଫରୁ ଲକ୍ ଡାଉନ ଘୋଷଣା କରାଯିବା ଦ୍ବାରା ଶାରୀରିକ ଅକ୍ଷମ ଓ ମାନସିକ ଅନଗ୍ରସର ଅସହାୟ ବ୍ୟକ୍ତି  ମାନେ  ନାହିଁ  ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ସମ୍ବେଦନଶୀଳ ସମୟରେ ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକର ରବିଗାଡିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର  ସମାଜ କଲ୍ୟାଣକାରୀ ଅନୁଷ୍ଠାନ "ସଂସ୍କାର  ଚାରିଟେବୁଲ୍ ଟ୍ରଷ୍ଟ" ଓଡଗାଁ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏମାନଙ୍କୁ ଚିହ୍ନଟ କରି "ଅସହାୟର ସହାୟ" କାର୍ଯ୍ୟକ୍ରମ ଜରିଆରେ  ଦ୍ୱାର ଦ୍ୱାର ବୁଲି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ କୁ ୫ ଦିନ ପାଇଁ ୭୦ ଜଣ ବ୍ୟକ୍ତି ଙ୍କୁ ବଣ୍ଟନ  କରିଛି । 

ଏହା ସହିତ ଅନୁଷ୍ଠାନ ତରଫରୁ  ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇ ଏହାର ସଠିକ୍ ବ୍ୟବହାର ବିଷୟରେ ସମସ୍ତଙ୍କୁ ବୁଝାଇବା ସହିତ କପରି ଭାବରେ ହାତକୁ ସଫା କରି କୋଭିଡ୍-୧୯ ସଂକ୍ରମଣ ଠାରୁ ନିଜକୁ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଅନୁଷ୍ଠାନ ର ସଭ୍ୟ ମାନେ ସମସ୍ତଙ୍କୁ ସଚେତନ କରିଥିଲେ । 

 ଆଗାମୀ ଦିନରେ ଏହି କାର୍ଯ୍ୟ କୁ ଆବଶ୍ୟକ ସ୍ଥଳେ ତ୍ବରାନ୍ବିତ କରାଯିବ ବୋଲି  ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବାଦୀ ସ୍ବାଇଁ ପ୍ରକାଶ କରିଛନ୍ତି ।
ଅନୁଷ୍ଠାନର ସକ୍ରିୟ ସଭ୍ୟ ଦୟାନିଧି ପ୍ରଧାନ , ପ୍ରକାଶ କୁମାର ସାହୁ, କୈଳାଶ ବେହେରା, ସନ୍ତୋଷ ପ୍ରଧାନ, ଭାବଗ୍ରାହୀ ମହାପାତ୍ର, ରାଜୀବ ଲୋଚନ ବରାଡ, ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଛନ୍ତି । ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ଭୂରି ଭୂରି ପ୍ରଶଂସା କରୁଛନ୍ତି ।
Next Post Previous Post
No Comment
Add Comment
comment url