ଲକଡାଉନ ରେ ଅନଲାଇନ କବିତା ଆସର |



କୋଲକାତା -25/05/2020 (ନୟାଗଡ ଖବର ) ରିପୋର୍ଟ :ସନାତନ ମହାକୁଡ଼ - କରୋନା ବା କୋଭିଡ 19 ଯେ ଅସଂଖ୍ୟ ଲୋକଙ୍କର ଜୀବନଯାପନ ରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିଛି | କେତେକ ରୋଜଗାର ହରାଇଥିଲାବେଳେ, କେତେକ ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଦିନ କାଟୁଛନ୍ତି |
ଏସବୁକୁ ଆଖିରେ ରଖି ସନାତନ ମହାକୁଡ଼ଙ୍କ ସଂଯୋଜନାରେ ଏକ କବିତା ଆସର ଆୟୋଜନ କରାଯାଇଥିଲା | ସାମାଜିକ ଦୂରତା ବଜାୟ ରଖିବା ଦୃଷ୍ଟିରୁ ଏହି ଅନଲାଇନ କବିତା ଆସରରେ ସତ୍ୟବ୍ରତ ନାୟକ ନିଜ ମାଆଙ୍କ ଉଦ୍ଦେଶ୍ୟରେ "ବୋଉ "ଶୀର୍ଷକ କବିତା ପାଠ କରିଥିଲେ |ସେ  ଗତ ଦୁଇମାସରୁ ଉର୍ଦ୍ଧ୍ଵ ସମୟ ଧରି ବାଙ୍ଗାଲୋରରେ ଲକଡାଉନ ଯୋଗୁ ଅଟକି ଅଛନ୍ତି |
କବି ସୁଧାଂଶୁ ଶେଖର ଦ୍ବିବେଦୀ "ନୂଆ ଭୋର "ଶୀର୍ଷକ କବିତା ପାଠକରି ସମସ୍ତେ ନୂତନ ଆଶା ଦେଇ ବଞ୍ଚିବାର ବାର୍ତ୍ତା ଦେଇଥିଲାବେଳେ, ସନାତନ ମହାକୁଡ଼ ନିଜର କବିତା "ସାଇକେଲ "ପାଠକରି ଏହା କିଭଳି ପରିବେଶ ତଥା ସ୍ବାସ୍ଥ୍ୟ ପାଇଁ ଆଜିକାଲି ଅତ୍ୟାବଶ୍ୟକ ହୋଇଯାଇଛି ତାହା ବୁଝାଇଥିଲେ | ଏହି କବିତା ଆସରରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ଦ୍ବିବେଦୀ, ଅମିତା ନାୟକ, ଲିଲି ଗୌଡ଼, ସୁରରାଜ ରଥ ଓ ପୁଷ୍ପ|ମଞ୍ଜରୀ ରଥ ପ୍ରମୁଖ ଭାଗ ନେଇଥିଲେ | ସାମଗ୍ରିକ ଭାବେ ଏହା ମାନସିକ ଶାନ୍ତି ଦେବା ସହ ସମାଜପାଇଁ ସ୍ୱତନ୍ତ୍ର ବାର୍ତ୍ତା ବହନ କରିଥିବାର ଶ୍ରୀ ସନାତନ ମହାକୁଡ଼ କହିଛନ୍ତି |
Next Post Previous Post
No Comment
Add Comment
comment url