Ticker

6/recent/ticker-posts

ମା' ତାରିଣୀଙ୍କ ଯଜ୍ଞ ପାଇଁ କଳସ ଯାତ୍ରା ।

ଓଡ଼ଗାଁ- ୨୪/୦୧ (ନୟାଗଡ଼ ଖବର)- ଚଡ଼ୟାପଲ୍ଲୀ ଗ୍ରାମରେ ମା’ ତାରିଣୀଙ୍କ ବାର୍ଷିକ ଯଜ୍ଞ ଯାତ୍ରା ଅନୁଷ୍ଠିତ ।
ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଶରଣକୁଳ ନିକଟସ୍ଥ ଚଡ଼ୟାପଲ୍ଲୀ ଗ୍ରାମରେ ମା’ ତରିଣୀଙ୍କ ବାର୍ଷିକ ଯଜ୍ଞ ଯାତ୍ରା ମହାଆଡମ୍ବରେ ଆରମ୍ଭ ହୋଇଯାଇଅଛି
। ଉକ୍ତ ଯାତ୍ରା ପ୍ରାୟ ୩ ଦିନ(ତା-୨୪.୦୧୨୦୨୦ ଠାରୁ ୨୬.୦୧.୨୦୨୦)ରିଖ ପର୍ଯ୍ୟନ୍ତ ଚାଲୁରହିବ । ଆଜି ମା’ ତରିଣୀଙ୍କ କଳସ ଯାତ୍ରା(ଅଙ୍କୁରାରୋପଣ) ଅନୁଷ୍ଠିତ ହୋଇଅଛି। ଉକ୍ତ କଳସ ଯାତ୍ରାରେ ପାଇକ ନୃତ୍ୟ(ଓସ୍ତିଆ),ମହିଳା
ସଂଙ୍କୀର୍ତ୍ତନ(ହରିହରପୁର,ବଡପୁଟ,ବିଟଳଗାଡିଆ,ଜୟମଙ୍ଗଳ),ହାତୀ,ଘୋଡା,ବାଘ,ବାଜା ର ପଟୁଆରରେ ହଜାର ହଜାର ସଂଖ୍ୟକ ମହିଳା,ପୁରୁଷ ଶ୍ରଦ୍ଧାଳୁ କଳସ ଧରି ବିବିର୍ଣ୍ଣ ଗ୍ରାମ୍ୟ ଭ୍ରମଣ କରିଥିଲେ । ଅପରାହ୍ନ ୦୪ ଘଟିକା ସମୟରେ ମଞ୍ଚରେ ପୌରାଣିକ ନାଟ୍ୟ ରୁକ୍ମ୍ମୁଣୀ ଦେବତାକଳି/ ଯଦୁବଂଶ(ବାବା କପିଳେଶ୍ଵର
ନାଟ୍ୟସଂସଦ,ରାଜପଟନା) ମଞ୍ଚସ୍ଥ ହୋଇଥିଲା । ତତ୍ସହିତ ସଂନ୍ଧ୍ୟାରେ  ହଜାର ହଜାର ସଂଖ୍ୟକ
ଦର୍ଶକ ଯାତ୍ରାପଡିଆରେ ଥିବା ମିନାବଜାର,ବ୍ରେକ୍ ଡାନ୍ସ୍ ଦୋଳି,ଡ୍ରାଗୋନ ଟ୍ରେନ ଦୋଳି,କାର ଦୋଳି ର ମଜ୍ଜାନେବା ସହିତ, ମାଆଙ୍କର ଆଶୀର୍ବାଦ କାମନା କରିଥିଲେ ।

Post a Comment

1 Comments