Ticker

6/recent/ticker-posts

ନୟାଗଡ ଜିଲାରେ ପାଳନ ହେଲା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 132ତମ ଜନ୍ମ ଉତ୍ସବ l

ନୟାଗଡ -15/02/02-ନୟାଗଡ ଖବର- ରିପୋର୍ଟ -(ଉତ୍ପଳ କୁମାର ସାହୁ ) ଖଣ୍ଡପଡା, ଢୋଲମରା ଉପଯୋଜନା କେନ୍ଦ୍ର ରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର 132ତମ ଜନ୍ମ ଉତ୍ସବ ତଥା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସହ ପ୍ରତିରିତିକ ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ ଉତ୍ସବରେ ମନୋଜ ରାଉତ, ପ୍ରଭାକର ରଥ, ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତି ରହି ଠାକୁରଙ୍କ ଜୀବନି ଉପରେ ଆଲୋଚନା କରିଥିଲେ ।
ସ୍ମରଜିତ ଶତପଥୀ,ରବୀନ୍ଦ୍ର ପ୍ରଧାନ,ରବୀନ୍ଦ୍ର ସାଥିଆ, ରବୀନ୍ଦ୍ର ସାହୁ, ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଭାଗିରଥି ସାହୁ, ଦିଲୀପ ପରିଡା, ଉତ୍ପଲ କୁମାର ସାହୁ, ପ୍ରମୁଖ
କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପ୍ରଭାତ ରୁ ଉଷା କୀର୍ତ୍ତନ, ପ୍ରାଥନା, ସଦ ଗ୍ରନ୍ଥ ପାଠ, ପରେ ସନ୍ଧ୍ୟାରେ ଦିବ୍ୟ ସତ୍ସଙ୍ଗର ଆୟୋଜନ ହୋଇଥିଲା । ସାମ୍ପ୍ରତିକ ପରିସ୍ଥି ତିରେ ଭାଇଚାର ସହ ସୁ ସମ୍ପର୍କ କିଭଳି ସ୍ଥାପନ କରି ସମାଜ ରେ
ଚଳିବ, ପରିବାର ଭିତରେ କିଭଲି ଶାନ୍ତି,ଶୃଙ୍ଖଳା ବଜାୟ ରହିବ, ସେ ବିଷୟରେ ଆଲୋଚନା ହୋଇଥିଲା । ଖଣ୍ଡପଡା ବ୍ଲକ ସହ ନୟାଗଡ଼ ଜିଲ୍ଲାର ବିଭିନ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମା ମାନେ ସତ୍ସଙ୍ଗ ରେ ସାମିଲ ହୋଇଥିଲେ ।

Post a Comment

0 Comments