ଆମେରିକାର ଇ-କମର୍ସ କମ୍ପାନୀ ଆମାଜନ୍ ଖୁବ ଶୀଘ୍ର ଇଣ୍ଡି9ଅନ୍ ବଜାରର ଫୁଡ୍ ଡେଲିଭରି ମାର୍କେଟକୁ ଓହ୍ଲାଇବାକୁ ଯୋଜନା କରୁଛି । ଟେକ୍ କ୍ରଞ୍ଚର ଏକ ରିପୋର୍ଟ ଅନୁସାରେ ଆମାଜନ୍ ଆଗାମୀ ମାସରେ ଏହି ବ୍ୟବସାୟ ଆରମ୍ଭ କରିପାରେ ।
କମ୍ପାନୀ ବେଙ୍ଗାଲୁରୁର କିଛି ସ୍ପେଶଲ୍ ରେଷ୍ଟୁରାଣ୍ଟ ସହିତ ଏନେଇ ଟେଷ୍ଟ ମଧ୍ୟ ଆରମ୍ଭ କରିଛି । କମ୍ପାନୀ ଗତ ୩ ମାସରେ ଫୁଡ୍ ଡେଲିଭରୀ ମାର୍କେଟରେ କାମ କରୁଛି । ପୂର୍ବରୁ ଏହାକୁ ଦିପାବଳୀରେ ଲଞ୍ଚ କରାଯିବ ବୋଲି ପ୍ରସ୍ତୁତ କରୁଥିଲା କମ୍ପାନୀ ।
କମ୍ପାନୀ ବେଙ୍ଗାଲୁରୁର କିଛି ସ୍ପେଶଲ୍ ରେଷ୍ଟୁରାଣ୍ଟ ସହିତ ଏନେଇ ଟେଷ୍ଟ ମଧ୍ୟ ଆରମ୍ଭ କରିଛି । କମ୍ପାନୀ ଗତ ୩ ମାସରେ ଫୁଡ୍ ଡେଲିଭରୀ ମାର୍କେଟରେ କାମ କରୁଛି । ପୂର୍ବରୁ ଏହାକୁ ଦିପାବଳୀରେ ଲଞ୍ଚ କରାଯିବ ବୋଲି ପ୍ରସ୍ତୁତ କରୁଥିଲା କମ୍ପାନୀ ।
ଏହି ରିପୋର୍ଟରେ କୁହାଯାଇଛି କି କମ୍ପାନୀର ସିଧା ମୁକାବିଲା ଫୁଡ୍ ଡେଲିଭରୀ ମାର୍କେଟରେ ବର୍ତ୍ତମାନ ଆଗେଇ ଚାଲିଥିବା ସ୍ୱିଗି ଓ ଜୋମାଟୋ ସହ ହେବ । ଅନ୍ୟପଟେ UberEats ମଧ୍ୟ ଅନଲାଇନ୍ ଫୁଡ୍ ଡେଲିଭରୀ ମାର୍କେଟରୁ ବିଦାୟ ନେଇସାରିଛି । Uber ନିଜ ଫୁଡ୍ ଡେଲିଭରୀ ବିଜନେସ୍ ଜୋମାଟୋକୁ ବିକ୍ରି କରିଦେଇଛି ।
ଆମାଜନ ଇନ୍ଫୋସିସର ସହ ସଂସ୍ଥାପକ ଏନ୍ ନାରାୟଣମୂର୍ତ୍ତିଙ୍କ ବେଞ୍ଚର କାଟାମରାନଙ୍କ ସହି ହାତ ମିଳାଇଛନ୍ତି ।
କମ୍ପାନୀ ଫୁଡ୍ ଡେଲିଭରୀ ସର୍ଭିସ୍ ଦେବା ପାଇଁ ନିଜ ୨ ଘଣ୍ଟାରେ ଡେଲିଭରୀ ଦେଉଥିବା ସପ୍ଲାଇ ଚେନର ସହାୟତା
ନେଇଛି । ଏହି ସପ୍ଲାଇ ଚେନକୁ ସ୍ଥାପନ କରିବା ପାଇଁ ଆମାଜନ ବଡ ମାତ୍ରାରେ ନିବେଶ କରିଛି ।
କମ୍ପାନୀ ଜାରି କରିଥିବା ଏକ ବୟାନରେ କହିଛି କି ‘ଆମେ ନିଜ ଗ୍ରାହକଙ୍କ ତରଫରୁ ଇନୋଭେସନ କରିବାରେ ବିଶ୍ୱାସ କରୁ । ଏହି ପ୍ରତିବଦ୍ଧତା ସହ ଆମେ ଗ୍ରାହକଙ୍କ ସହିତ ଅଧିକ ଯୋଡି ହେବୁ ଏବଂ ଲଗାତର ତାଙ୍କ ସେବା କରିବୁ । କହିରଖୁଛୁ ଏବେ କମ୍ପାନୀ ଗ୍ରୋସରୀ, ଇଲେକ୍ଟ୍ରୋନିକ୍ସଠୁ ଆରମ୍ଭ କରି ଘରୋଇ ପ୍ରଡକ୍ଟ୍ସ ସହିତ ଜଡିତ ବ୍ୟବସାୟ ମଧ୍ୟ କରୁଛି ।
0 Comments