ମୋଦୀ ସରକାର ଏବେ ସାଧାରଣ ଏକ କୋଟି ଟଙ୍କା ଜିତିବାର ସୁଯୋଗ ଦେଉଛନ୍ତି । ଏଥିରେ ତିନିଜଣ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରାଯିବ ।
ଜିଏସ୍ଟି ବ୍ୟବସ୍ଥାରେ ଏପ୍ରିଲ ମାସରୁ ସରକାର ଏହି ଲଟେରୀ ପ୍ରଣୟନ କରିବା ପାଇଁ ଯୋଜନା କରିଛନ୍ତି । ଦ୍ରବ୍ୟ ଓ ସେବାକର ବା ଜିଏସ୍ଟିର ଅପବ୍ୟବହାର ରୋକିବା ସହ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ହୋଇଥିବା ସମସ୍ତ ବିଲ୍ ମାଧ୍ୟମରେ ଏହି ଲକି ଡ୍ରରେ ଅଂଶଗ୍ରହଣ କରିପାରିବେ । ସମସ୍ତ ଗ୍ରାହକ ଓ ଦୋକାନୀ ଏଥିରେ ଅଂଶଗ୍ରହଣ କରିପାରିବେ ।
ଭାଗ୍ୟଶାଳୀ ବିଜେତା ଏକ କୋଟି ଟଙ୍କା ଜିତି ପାରିବେ । କେତେ ଟଙ୍କାର ଜିନିଷ କିଣିବାକୁ ପଡିବା ତାହର
କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ସମସ୍ତେ ଏଥିରେ ଅଂଶଗ୍ରହଣ କରିପାରିବେ ।
ତିନି ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଅଂଶଗ୍ରହଣ କରୁଥିବା ଗ୍ରାହକଙ୍କୁ ରସିଦ୍କୁ ସ୍କାନ କରି ଅପ୍ଲୋଡ୍ କରିବାକୁ ପଡିବ । ଜିଏସ୍ଟି ନେଟଓ୍ୱର୍କ ପକ୍ଷରୁ ଏଥିପାଇଁ ଏକ ଆପ୍ ବିକଶିତ କରାଯାଉଛି । ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏହା ଫେବ୍ରୁଆରୀ ମାସ ଶେଷ ତାରିକ ସୁଦ୍ଧା ଉପଲବ୍ଧ ହେବ ।
0 Comments