୫୭ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ।

ଦଶପଲ୍ଲା-(ନୟାଗଡ ଖବର) ତା ୬.୨.୨୦୨୦ (ରତ୍ନାକର ହୋତାକଂ ରିପୋର୍ଟ) ଆଜି ସକାଳ ୯ ଘଟିକା ସମୟେ ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମର ୫୭ ନଂ ଜାତୀୟ ରାଜପଥ ଉପରେ ଏକ ଦୃତଗାମୀ ମାରୁତି କାର୍ ସହିତ ଏକ ବାଇକ୍ ର ମୁହାଁ ମୁହିଁ ଧକ୍କା ହୋଇଛି ।ଏଥିରେ କୁଲୁରୁକୁମ୍ପା ଗ୍ରାମର ସାଗର (ବାଇକ୍ ଚାଳକ )ଗୁରୁତ୍ତର ଭାବରେ ଆଘାତ ପ୍ରାପ୍ତ ହୋଇ ଦଶପଲ୍ଲା ଡାକ୍ତରଖାନା କୁ ୧୦୮ ଯୋଗେ ସ୍ଥାନାନ୍ତର ହୋଇଛନ୍ତି ।ପ୍ରକାଶ ଥାଉକି ୫୭ନଂ ଜାତୀୟ ରାଜପଥର ବୁଗୁଡା ଛକ ଠାରେ ବାରଂବାର ରାସ୍ତା ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷତି ଘଟୁଥିଲେ
ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ  ଉଚିତ ପଦକ୍ଷେପ ନେଉ ନାହାନ୍ତି ।
Next Post Previous Post
No Comment
Add Comment
comment url