କଳାଜିରା ଖାଇଲେ ଏହି ଉପକାର ମିଳେ!

ଆଜିକାଲି ମଣିଷ ଯେତେଯେତେ ସର୍ତକ ହେଉଛି ସେତିକି ରୋଗବ୍ୟାଧିରେ ଆକ୍ରାନ୍ତ ହେଉଛି । ଆଉ ବିଭିନ୍ନ ପ୍ରକାର ଔଷଧ ଆଦି ଖାଇ ଅସୁବିଧାରେ ପଡୁଛି । ରୋଗତ କିଛି ଦିନ ପାଇଁ ଭଲ ହେଉଛି , ହେଲେ ପୁଣି ତାର ସାଇଡ୍‌ ଇଫେକ୍ଟ ବାହାରୁଛି । ଏଣୁ ଆମେ ଯଦି ଆମର ଘରୋଇ ଉପଚାର ଉପରେ ପ୍ରାଧ୍ୟାନ୍ୟ ଦେବା ତ ଆମର ସ୍ୱାସ୍ଥ ଭଲ ରହିବ । ଏମିତି ଏକ ଜିନିଷ ହେଉଛି କଳାଜିରା । ଏହାକୁ ଯଦି ଆମେ ପ୍ରତିଦିନ ସକାଳୁ ଖାଲି ପେଟରେ ଖାଇବା ତ ଆମର ବହୁବିଧ ଉପକାର ହେବ । ଅନେକ ବଡ ବଡ ଅସାଧ୍ୟ ରୋଗ ମଧ୍ୟ ପାଖ ମାଡିବନି । ତେବେ ଆସନ୍ତୁ ସେ ବିଷୟରେ ଜାଣିବା –

କଳାଜିରାରେ ସାଧାରଣତଃ ଆଇରନ୍‌,କ୍ୟାଲ୍‌ସିଅମ୍‌,ପୋଟାସିଅମ୍‌ ଏବଂ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏହା ଏମିନୋ ଏସିଡ ଏବଂ ପ୍ରୋଟିନରେ ମଧ୍ୟ ଭରପୁର ଅଟେ। ଏହି କାରଣରୁ ଆୟୁର୍ବେଦ ବିଶେଷଜ୍ଞମାନେ ଔଷଧମାନଙ୍କରେ ଏହାର ପ୍ରୟୋଗ କେଉଁ କାଳରୁ କରିଆସୁଛନ୍ତି।

 ଭାରତର ହାରାହାରି ପ୍ରତ୍ୟେକ ରୋଷେଇ ଗୃହରେ କଳାଜିରାର ବ୍ୟବହାର କରାଯିବା ସହିତ କଳାଜିରାରେ ମଜ୍‌ଭୁତ ହୋଇ ରହିଥିବା ତତ୍ତ୍ୱ ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିବାରେ ବି ବିଶେଷ ସହାୟକ ହୋଇଥାଏ।

ଏହାଛଡ଼ା କଳାଜିରାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି-ଆକ୍ସିଡେଣ୍ଟ୍‌ସ ରହିଥିବା ଯୋଗୁଁ ଏହା କର୍କଟ ଭଳି ବ୍ୟାଧିଠାରୁ ମଧ୍ୟ ଆମକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ।

ଏହାବ୍ୟତୀତ କଳାଜିରା ରକ୍ତରେ ରହିଥିବା ବିଷାକ୍ତ ପଦାର୍ଥକୁ ସଫା କରିବାର କାର୍ଯ୍ୟ ବି କରିଥାଏ। 
Next Post Previous Post
No Comment
Add Comment
comment url