Ticker

6/recent/ticker-posts

କଣ ସୋସିଆଲ ମିଡିଆରୁ ଦୂରେଇ ଯିବାକୁ ଚାହାଁନ୍ତି ମୋଦୀ ??

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୋସିଆଲ ମିଡ଼ିଆ ଛାଡ଼ିବା ଟ୍ବିଟ୍ ଦେଖୁ ଦେଖୁ ଟ୍ବିଟରରେ ତାହା ସବୁଠୁ ଚର୍ଚ୍ଚିତ ହୋଇଗଲା। ଦୁଇ ଘଣ୍ଟାରେ ଏକ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି, ୩୫ ହଜାରରୁ ଅଧିକ ଲୋକ ରି-ଟ୍ବିଟ୍ କରିଛନ୍ତି। ୭୦ ହଜାରରୁ ଅଧିକ ଲୋକ କମେଣ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଦେଶ୍ୟ ପଛର କାରଣ କଣ ରହିଛି ତାହା କହିନାହାନ୍ତି। ତେବେ ମୋଦୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟସ୍ ଡିଲିଟ୍ କରିବେ ନା ଡିଆକ୍ଟିଭ୍ ନା କେବଳ ଦୂରେଇ ରହିବେ, ଏନେଇ ବି କିଛି କହିନାହାନ୍ତି। 


ମୋଦୀଙ୍କ ଦ୍ବାରା ଏହି ଟ୍ବିଟ୍ କରିବାର କିଛି ସମୟ ପରେ ହିଁ ଟ୍ବିଟରରେ # NoSir ଟପରେ ଟ୍ରେଣ୍ଡ କରିବାକୁ ଲାଗିଛନ୍ତି। ଦୁନିଆରେ ଏହି ହ୍ୟାସଟ୍ୟାଗ୍ ସବୁଠୁ ଅଧିକ ଚର୍ଚ୍ଚିତ ହୋଇଯାଇଛି। ଏହାକୁ ସମର୍ଥନ କରିଥିବା ଲୋକ ମୋଦୀଙ୍କୁ ସୋସିଆଲ ମିଡ଼ିଆ ନ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସପା ପ୍ରମୁଖ ଅଖିଳେଶ ଯାଦବ ସମେତ ଅନେକ ନେତା ନ ଛାଡ଼ି ଘୃଣାକୁ ତ୍ୟାଗକର କହିଛନ୍ତି ।

H

ଆଇପିଏସ୍ ଡା. ସନ୍ଦୀପ ମିତ୍ତଲ ଲେଖିଛନ୍ତି କି, ଯଦି ଏମିତି କରୁଛନ୍ତି ତାହେଲେ ସୋସିଆଲ ମିଡ଼ିଆ କମ୍ପାନିଙ୍କ ସେୟାର ଖସିଯିବ। ଦେଶଦ୍ରୋହୀଙ୍କ ଦୋକାନ ବନ୍ଦ ହୋଇଯିବ ଏବଂ ରୋଜଗାର କରୁଥିବା କମ୍ପାନି ଭାରତକୁ ଆଖି ଦେଖାଇବା ବନ୍ଦ କରିଦେବେ। ଏଥିପାଇଁ ତାହାକୁ ବ୍ୟାନ୍ କରାଯାଉ। ରୁଦ୍ର ଆର ଶର୍ମା ଲେଖିଛନ୍ତି କି, କୌଣସି ଭାରତୀୟ ମିଡ଼ିଆ ପ୍ଲାର୍ଟଫର୍ମ ଆଣିବା ପାଇଁ ପ୍ରସ୍ତୁତ କରୁଛନ୍ତି।


ଜଣେ ୟୁଜର ଅରୁଣ ଯାଦବ ଲେଖିଛନ୍ତି କି, ଆଦେଶ କରିପାରିବେ ନାହିଁ, ନିବେଦନ ତ କରିପାରିବେ। ଆପଣ ଯଦି ଏଭଳି କରୁଛନ୍ତି ତାହେଲେ ଏହାଠାରୁ ଦୂରେଇ ଯିବେ। ରିଦ୍ଧିମା ପାଣ୍ଡ୍ୟା ଲେଖିଛନ୍ତି କି, ଆପଣଙ୍କ ନିଷ୍ପତ୍ତି ଏଥିପାଇଁ କାରଣ କିଛି ଲୋକ ସୋସିଆଲ ମିଡ଼ିଆକୁ ବିସ୍ତାର କରିବା ପାଇଁ ମାଧ୍ୟମ ହୋଇଯାଇଛି।


ମୋଦୀଙ୍କ ୫.୩୩ କୋଟି ଫଲୋର୍ସ ରହିଛନ୍ତି। ମୋଦୀ ୨,୩୭୩ ଜଣଙ୍କୁ ଫଲୋ କରିଛନ୍ତି। ସେ ୨୫.୯ ହଜାର ଟ୍ବିଟ କରିସାରିଛନ୍ତି। ଫେସବୁକରେ ମୋଦୀଙ୍କର ୪.୪୭ କୋଟି ଫଲୋର୍ସ ଅଛନ୍ତି। ଇଂଷ୍ଟାଗ୍ରାମରେ ମୋଦୀଙ୍କର ୩.୫୨ କୋଟି ଫଲୋର୍ସ ଅଛନ୍ତି।

Post a Comment

0 Comments