Ticker

6/recent/ticker-posts

ଆସନ୍ତାକାଲିଠାରୁ ବଡ଼ଦେଉଳରେ ଦୋଳ ଉତ୍ସବ, ପୂର୍ଣ୍ଣମୀ ପୂର୍ବଦିନ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ।

ଆସନ୍ତା ୪ତାରିଖ ବୁଧବାର ଫଗୁ ଦଶମୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳ ମହୋତ୍ସବର ଶୁଭାରମ୍ଭ ହେବ। ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ । ଠାକୁର ଠାକୁରାଣୀ ଝିମିରି ଫଗୁ ଲାଗି ହେବେ ।
ଏହି ଅବସରରେ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହେବେ । ୯ ତାରିଖ ସୋମବାର ଦୋଳ ପୂର୍ଣ୍ଣିମା । ଉକ୍ତ ଦିନ ମହାପ୍ରଭୁଙ୍କ ରାଜାଧିରାଜ ତଥା ସୁନାବେଶ ଅନୁଷ୍ଠିତ ହେବ ।
ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ତିନି ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରାଯିବ । ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମଧ୍ୟ ଦେବାଦେବୀଙ୍କ ଫଲ୍‌ଗୁ ଅଞ୍ଜଳି, ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ ପନ୍ତି ଭୋଗ ଅର୍ପଣ ନୀତି ସମ୍ପାଦନ ହେବ । ଦଶମୀ ତିଥିଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଭୋଗ, ଫଲ୍‌ଗୁ ଅଞ୍ଜଳି ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହୋଇଥାଏ । ୮ତାରିଖ ରବିବାର ମେଣ୍ଢା ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ସିନ୍ଦୁର, ମୁଥା, ଅଙ୍କରାନ୍ତି, ଶତାବରୀ, ପାଳୁଅର ସମ୍ମିଶ୍ରଣରେ ଠାକୁରଙ୍କ ଝିମିରି ଫଗୁ ପ୍ରସ୍ତୁତ ହୋଇଥାଏ । ନୀଳାଦ୍ରି ମହୋଦୟରେ ଏହି ପର୍ବକୁ ‘ବସନ୍ତ ଗୁଣ୍ଡିଚା’ର ଆଖ୍ୟା ଦିଆଯାଇଛି।

Post a Comment

0 Comments