ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ଦେଲେ ନୟାଗଡ଼ ରେଡକ୍ରସ ଓ ରେଡକ୍ରସ ସ୍ବେଛାସେବୀ ଫୋରମ୍ ।

 ନୟାଗଡ଼/ ୦୩/୦୪/୨୦୨୦(ନୟାଗଡ଼ ଖବର)  ଜିଲ୍ଲା ରେଡ୍ କ୍ରସ୍ ଓ ରେଡକ୍ରସ ସ୍ବେଚ୍ଛାସେବୀ ଫୋରମର,ନୟାଗଡ଼ ଙ୍କ ମିଳିତ ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ପୁରୁଣା ସହର ଅନ୍ତର୍ଗତ ଟାଉନ ହଲ ଠାରେ ଅ ସହାୟ ବ୍ୟକ୍ତି ମାନଙ୍କ ପାଇଁ ଏକ ରନ୍ଧାଖାଦ୍ୟ ଓ ଆଶ୍ରୟ ସ୍ଥଳୀ ଆୟୋଜନ କରାଯାଇଛି।

  ଆଶ୍ରୟସ୍ଥଳୀରେ ଗରିବ ଭିକ୍ଷୁକ ଓ ଅସହାୟ ବ୍ୟକ୍ତିମାନଙ୍କୁ ତା୨୯.୦୩.୨୦୨୦ ରିଖ ଠାରୁ ଫୋରମ୍ ସଦସ୍ୟ ମାନଙ୍କ ସହାୟତାରେ ତିନି ଓଳି ରନ୍ଧାଖାଦ୍ୟ ଦିଆ ଯାଉଅଛି। ଓ ସହରର ବିଭିନ୍ନ ଅଞ୍ଚଳ ବୁଲି ସଦସ୍ୟ ମାନେ ବାଇଆ ପାଗଳ ମାନଙ୍କୁ ଖାଦ୍ୟ ଦେବା ସହିତ , ଡାକ ବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି  ।  ଏହି ବିଶ୍ଵ ମହାମାରୀ ରୁ ବର୍ତିବା ପାଇଁ  ସଦସ୍ୟ ମାନେ ଘରୁ ନ ବାହାରିବାକୁ ଲୋକଙ୍କୁ ସଜାଗ କରେଇବା ସହିତ ଅ ସହାୟ ଲୋକମାନେ ଯେମିତି ଅନାହାରରେ ନ ରୁହନ୍ତି ଫୋରମ୍ ତିକ୍ଷ୍ଣ ନଜର ରଖିଛି। 

 ଏହି ସାମାଜିକ କାର୍ଯ୍ୟରେ   ନିୟୋଜିତ ଥିବା ଫୋରମ୍ ର ସଦସ୍ୟ ମାନେ ହେଲେ ,ବିଭୂତି ଭୂଷଣ ପଟ୍ଟନାୟକ,ପ୍ରତାପ ରଣସିଂହ,କେ ଦୋରା,ସୁଧାଂଶୁ ଦାସ, ବାନାମ୍ବର ପ୍ରଧାନ,ବିଭୂତି ପଟ୍ଟନାୟକ, ସୁରେନ୍ଦ୍ର କୁମାର ଜେନା, ଜାମିନିକୃଷ୍ଣ ପଟ୍ଟନାୟକ,ବନ୍ଦିତା ଦାସ ଓ ଜାଂଜ୍ଞସେନି ପଟ୍ଟନାୟକ କାର୍ଯ୍ୟକୁ ସୁଚାରୁରୂପେ ତୁଲାଉଛନ୍ତି।

ଅଦ୍ୟାବଧି ଅ ସହାୟଙ୍କୁ   ଫୋରମର ଉପଦେଷ୍ଟା ବିଭୂତିଭୂଷଣ ପଟ୍ଟନାୟକ ନିଜସ୍ଵ ଆୟରୁ ରନ୍ଧନ ଖାଦ୍ୟ ଯୋଗାଇ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଏହିଭଳି କାର୍ଯ୍ୟକୁ ବଳବତ୍ତର ରଖାଯାଇ,ଆଗାମୀ ଦିନରେ ଏହିଭଳି କାର୍ଯ୍ୟକୁ ସଦସ୍ୟ ମାନେ ଜାରି ରଖିବା ପାଇଁ ନିଷ୍ପତି ନେଇଛନ୍ତି।
Next Post Previous Post
No Comment
Add Comment
comment url