ସଂସ୍କାର ଚାରିଟେବଲ୍ ଟ୍ରଷ୍ଟ ଦ୍ବାରା ରନ୍ଧାଖାଦ୍ୟ ବଣ୍ଟନ ।

ନୟାଗଡ଼: କୋଭିଡ ୧୯ଭୂତାଣୁ ଜନିତ ସଂକ୍ରମଣର ଆଶଙ୍କାକୁ ପ୍ରତିହତ କରିବା ନିମନ୍ତେ ସରକାରଙ୍କ ତରଫରୁ ଲକ୍ ଡାଉନ ଘୋଷଣା କରାଯିବା ଦ୍ୱାରା ଶାରୀରିକ ଅକ୍ଷମ ଓ ମାନସିକ ଅନଗ୍ରସର ଅସହାୟ ବ୍ୟକ୍ତି,ନିରିହ ବୁଲା ଇତର ପ୍ରାଣୀମାନେ ନାହିଁ  ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେବେ ଏହି ସମ୍ବେଦନଶୀଳ ସମୟରେ ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକର ରବିଗାଡିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଆଦର୍ଶ ସମାଜ କଲ୍ୟାଣକାରୀ ଅନୁଷ୍ଠାନ "ସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ" ଓଡଗାଁ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏମାନଙ୍କୁ ଚିହ୍ନଟ କରି "ଅସହାୟର ସହାୟ" କାର୍ଯ୍ୟକ୍ରମ ଜରିଆରେ  ଦ୍ୱାର ଦ୍ୱାର ବୁଲି ନିୟମିତ ଭାବରେ ରନ୍ଧା ଖାଦ୍ୟ ବଣ୍ଟନ କରିଆସୁଛି ।
୫୦ ଜଣ ବ୍ୟକ୍ତିଙ୍କୁ ୧୫ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି  ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବାଦୀ ସ୍ବାଇଁ ପ୍ରକାଶ କରିଛନ୍ତି ।
ଅନୁଷ୍ଠାନର ସକ୍ରିୟ ସଭ୍ୟ ଅଜିତ ପ୍ରସାଦ ପାଣିଗ୍ରାହୀ, ପ୍ରକାଶ କୁମାର ସାହୁ, କୈଳାଶ ବେହେରା, ସନ୍ତୋଷ ପ୍ରଧାନ, ଭାବଗ୍ରାହୀ ମହାପାତ୍ର, ସୁନିଲ୍ ଆଚାରୀ,   ରାଜୀବ ଲୋଚନ ବରାଡ,ସୁଦୀପ୍ତ କୁମାର ଦଳେଇ ଓ କାଳିଆ ସାହୁ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଛନ୍ତି । ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ଭୂରି ଭୂରି ପ୍ରଶଂସା କରୁଛନ୍ତି ।
Next Post Previous Post
No Comment
Add Comment
comment url