ଦେଶରେ କରୋନା ଭାଇରସ ବଢ଼ୁଥିବାରୁ ଏହାକୁ ନେଇ ଏମିତି କହିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼କ୍ଟର ହର୍ଷ ବର୍ଦ୍ଧନ !

ନୟାଗଡ ଖବର - 24/05/2020 -  କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଆଜି ଗୋଟିଏ ଦିନରେ ୭ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଆକଳନ ହୋଇଛି। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ଏଯାବତ ୧୦ ଲକ୍ଷ ବେଡ୍ ରହିଛି। ଆଗକୁ ଏହି ମହାମାରୀ ଯେତେ ମାରାତ୍ମକ ହେଉ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ରହିଛୁ ବୋଲି କେନ୍ଦ୍ରମନ୍ତ୍ର କହିଛନ୍ତି।

ଦେଶରେ ଏଯାବତ ୧ ଲକ୍ଷ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୫ ହଜାର ଆରୋଗ୍ୟ ହୋଇ ଫେରିଛନ୍ତି। ବାକି ଆକ୍ରାନ୍ତ ମଧ୍ୟ ଖୁବଶୀଘ୍ର ଘରକୁ ଫେରିବେ ବୋଲି ସେ କହିଛନ୍ତି।

ବିଗତ ବର୍ଷ ମାନଙ୍କରେ ନିପା, ଇବୋଲା, ସ୍ୱାଇନ୍ ଫ୍ଲୁ ଭଳି ଭାଇରସ ଦେଖିବାକୁ ମିଳିଛି। ଇବୋଲା ଭାରତରେ ପ୍ରବେଶ କରିପାରିନଥିବା ବେଳେ ନେପା କେବଳ କେରଳରେ ସୀମିତ ରହିଥିଲା। ପୂର୍ବ ଅନୁଭୂତିରୁ ସରକାର କରୋନା ମୁକାବିଲା କରୁଛନ୍ତି ବୋଲି ସେ କହିଛନ୍ତି। ଏବେ ଦେଶରେ କରୋନା ଆକ୍ରାନ୍ତ, ମୃତକ ଏବଂ ଆରୋଗ୍ୟ ହାର ଅନ୍ୟ ଦେଶ ତୁଳନାରେ ବହୁତ କମ୍ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଠିକ୍ ସମୟରେ ଲକଡାଉନ୍ ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି।

https://www.amazon.in/gp/search/ref=as_li_qf_sp_sr_tl?ie=UTF8&tag=3411816298543-21&keywords=Odia ebooks&index=aps&camp=3638&creative=24630&linkCode=ur2&linkId=ce951c337078e0d94a2ba8850a09e833 ଦେଶରେ ଏବେ କରୋନା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ସଂଖ୍ୟା ୨୦୬୫ଟି ରହିଛି। ଏହି ହସ୍ପିଟାଲରେ ମୋଟ୍ ୧.୭୭ ଲକ୍ଷ ବେଡ୍ ଉପଲବ୍ଧ ରହିଛି। ସେହିପରି ୭୦୬୩ଟି କରୋନା କେୟାର ସେଣ୍ଟର ବିକଶିତ କରାଯାଇଥିବା ସେ କହିଛନ୍ତି। ୭୦୬୩ କରୋନା କେୟାରରେ ୬.୫ ଲକ୍ଷ ବେଡ୍ ଉପଲବ୍ଧ ରହିଥିବା ଜଣାପଡ଼ିଛି। ଏହି ସମସ୍ତ ବେଡ୍ ସଂଖ୍ୟାକୁ ମିଶାଇଲେ ୧୦ ଲକ୍ଷ ବେଡ୍ ହେବ ବୋଲି ସେ କହିଛନ୍ତି।
Next Post Previous Post
No Comment
Add Comment
comment url