ଏହି ଜିଲ୍ଲାମାନଙ୍କରେ ଆସନ୍ତା 29ତାରିଖ ଯାଏଁ ଜାରିହେଲା ହିଟୱେଭ ୱାର୍ଣ୍ଣି !

Realme 10000mAH Power Bank (Grey) ନୟାଗଡ ଖବର - ଆସନ୍ତା 5 ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରିକଲା  ଭାରତୀୟ ପାଣିପାଗ ବିଭାଗ |ଓଡିଶାର 10ଟି ଜିଲ୍ଲା ଏହି ତାଲିକାରେ ଅଛି | ସେହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି , ସମ୍ବଲପୁର । ଅସୁସ୍ଥ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି । ଆଜିଠୁ 29 ତାରିଖ ଯାଏଁ ହିଟୱେଭ ୱାର୍ଣ୍ଣିର୍ ଜାରି କରାଯାଇଛି ।
ସେପଟେ ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ପରିସ୍ଥିତିର ମୁକାବିଲା କରିବାକୁ ସମସ୍ତ ସତର୍କତା ବ୍ୟବସ୍ଥାର ସମୀକ୍ଷା କରି ସୁନିଶ୍ଚିତ ହେବାକୁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତି ମୁକାବିଲା ମର୍ମରେ ପୂର୍ବ ପ୍ରଦତ୍ତ ଚିଠି ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ଜିଲ୍ଲାପାଳମାନଙ୍କୁ ଆଜି ଶ୍ରୀ ଜେନା କହିଛନ୍ତି।
Odia ebooks
ଜଳ ସଙ୍କଟ ପରିସ୍ଥିତି ସୁଧାରିବା ନିମନ୍ତେ ତୁରନ୍ତ ନଳକୂପ ପାଇପ୍ ଯୋଗେ ଯୋଗାଣ ହେଉଥିବା ପ୍ରକଳ୍ପ ମରାମତି କରାଇବା, ପାନୀୟ ଜଳ ସଙ୍କଟ ଥିବା ଜନବସତି ଅଞ୍ଚଳକୁ ଟ୍ୟାଙ୍କ୍‌ର୍ ଯୋଗେ ଜଳ ପଠାଇବା, ଜଳ ସଙ୍କଟ ଥିବା ସ୍ଥାନରେ ପାନୀୟ ଜଳ କେନ୍ଦ୍ର ଖୋଲିବା, ଅଂଶୁଘାତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା/ଡିସ୍‌ପେନ୍ସରି, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର/ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବତନ୍ତ୍ର ବନ୍ଦୋବସ୍ତ କରିବା, ପ୍ରାଣୀ ସମ୍ପଦର ଯତ୍ନ ନେବା, ଶ୍ରମିକମାନଙ୍କର କାର୍ଯ୍ୟ କରିବାର ସମୟ ଅବଧି ନିର୍ଦ୍ଧାରଣ କରିବା ଆଦି ପଦକ୍ଷେପ ନେବା ପାଇଁ ପୂର୍ବ ପତ୍ରରେ ଜିଲ୍ଲାପାଳମାନଙ୍କ ପ୍ରତି ନିର୍ଦେଶ ଥିଲା।
Next Post Previous Post
1 Comments
  • Charlie Oscar
    Charlie Oscar March 16, 2021 at 12:54 AM

    Odia Khabar - Odisha Local - ଓଡିଶା ଲୋକାଲ is a “Made in Odisha” app by LocalWire for location-based news and important Odisha news in both Odia and English.

Add Comment
comment url