୨୦ ଲକ୍ଷ କୋଟି ଟଙ୍କା ଆତ୍ମନିର୍ଭର ପ୍ୟାକେଜରେ ନିର୍ମଳା ସୀତାରମଣଙ୍କ ୭ଟି ବଡ଼ ଘୋଷଣା !

ନୟାଗଡ଼ ଖବର- ୧୭/୦୫/୨୦୨୦ - କରୋନା ସଙ୍କଟ ଓ ଲକଡାଉନ୍ କାରଣରୁ ମାନ୍ଦା ପଡିଯାଇଥିବା ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରାଯାଇଥିଲା। ୨୦ ଲକ୍ଷ କୋଟି ଟଙ୍କାର ଏହି ଆତ୍ମନିର୍ଭର ପ୍ୟାକେଜର  ୫ମ ଓ ଅନ୍ତିମ ପର୍ଯ୍ୟାୟ ଅନୁସାରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି ୭ଟି ବଡ ଘୋଷଣା। ମନରେଗା, ଶିକ୍ଷା, ସ୍ବାସ୍ଥୃ, ଇଜ୍ ଅଫ୍ ଡୁଇଂ ବିଜନେସ୍, ଘରୋଇକରଣ, ରାଜ୍ୟ ସରକାରଙ୍କ ସାହାର୍ଯ୍ୟରେ ୭ଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ମନରେଗା ପାଇଁ ୪୦ ହଜାର କୋଟି ଟଙ୍କାର ଆବଣ୍ଟନ: ଗାଁରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ କାମ ମିଳିପାରିବ। ଗ୍ରାମୀଣ କ୍ଷେତ୍ରରେ କାମର ଯେପରି ଅଭାବ ନହୁଏ ଓ ଆମଦାନୀ ହୁଏ ସେଥିପାଇଁ ୪୦ ହଜାର କୋଟି ଟଙ୍କାର ଅଧିକ ଆବଣ୍ଟନ କରାଯାଉଚି। ଏଥିରେ ୩୦୦ କୋଟି ବ୍ୟକ୍ତି କାର୍ଯ୍ୟଦିବସ ସୃଷ୍ଟି ହେବ।

ସ୍ୱାସ୍ଥ୍ୟ ସେବା ପାଇଁ ୧୫ ହଜାର କୋଟି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ ସେବା ପାଇଁ ୧୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି ।  ଏହା ସହିତ ଆଗକୁ ବ୍ଲକ ସ୍ତରରେ ସ୍ଥାପନ ହେବ ପରୀକ୍ଷା ଲ୍ୟାବ୍ ସ୍ଥାପନ କରାଯାଇ  ସାଧାରଣ ସ୍ୱାସ୍ଥ୍ୟ ସେବାକୁ ଏପରି ସୁଦୃଢ କରାଯିବ ।ସାରା ଦେଶରେ ଲ୍ୟାବ ନେଟୱର୍କକୁ ଅଧିକ ସୁଦୃଢ କରାଯିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କହିଛନ୍ତି ନିର୍ମଳା। ଏହା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ  ୫୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରିବାର ଘୋଷଣା କରିଛନ୍ତି।

ସମସ୍ତ ସେକ୍ଟରରେ ନିବେଶ କରିପାରିବେ ପ୍ରାଇଭେଟ୍ କମ୍ପାନୀ:  ପିଏସଇ ପାଇଁ ନୂଆ ପଲିସି ଅଣାଯିବ। ଏଥିରେ ଷ୍ଟ୍ରାଟେଜିକ୍ ସେକ୍ଟରର ଲିଷ୍ଟରେ ପବ୍ଳିକ ଇଣ୍ଟରେଷ୍ଟ ପାଇଁ ପିଏସଇର ଉପସ୍ଥିତିକୁ ନୋଟିଫାଇ କରାଯିବ। PSE ଗୁଡିକ ଅନ୍ୟ କ୍ଷେତ୍ରରେ ଘରୋଇକରଣ କରାଯିବ। ଷ୍ଟ୍ରାଟେଜିକ୍ ସେକ୍ଟରରେ ସାର୍ବଜନିକ  ଉଦ୍ୟୋଗଗୁଡିକର ସଂଖ୍ୟା ସାଧାରଣତ ୧ରୁ ୪ ହେବ| ଅନ୍ୟମାନଙ୍କୁ ଘରୋଇକରଣ /ମିଶ୍ରଣ / ହୋଲଡିଂ କମ୍ପାନୀ ଅଧୀନରେ ଅଣାଯିବ।

ବୁଡିବାକୁ ଯାଉଥିବା କମ୍ପାନୀ ଉପରେ ଆଇବିସିର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବନି : MSMEsର ଇନସ୍ଳୋଭେନ୍ସି ନିୟମରେ ଛାଡ଼ ହୋଇଛି। ଏହା ସୀମା ୧ ଲକ୍ଷରୁ ନେଇ ୧ କୋଟି ଟଙ୍କା କରିଦିଆଯାଇଛି। ଏକ ବର୍ଷ ପର୍ଯ୍ୟନ୍ତ ଦେବାଳିଆ ପ୍ରକ୍ରିୟା ଉପରେ ରୋକ ଲଗାଯାଇଛି। କମ୍ପାନୀ ଆକ୍ଟରେ ପରିବର୍ତ୍ତନ କରାଯାଇଛି। ସିଏସ୍ଆର୍, ବୋର୍ଡ ରିପୋର୍ଟର ଅଭାବ, ଫାଇଲିଂରେ ତ୍ରୁଟି ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କୁ କୋଭିଡ-୧୯  ସହ ଜଡିତ ଲୋନକୁ ଡିଫଲ୍ଟ ଶ୍ରେଣୀରୁ ଦୂରେଇ ରଖିବାକୁ ଅଧିକାର ଦିଆଯାଉଛି।

ଟେକ୍ନୋଲୋଜି ଜରିଆରେ ଶିକ୍ଷା ଗ୍ରହଣ: PM eVIDYA ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଟିଭି ଚ୍ୟାନେଲ ଜରିଆରେ ଶିକ୍ଷା ପ୍ରଦାନ କରାଯିବ।। । PM eVIDYA କୁ ତୁରନ୍ତ ଲଞ୍ଚ କରାଯିବ। ଏହାଦ୍ବାରା ରାଜ୍ୟ ଓ କେନ୍ଦ୍ର ଶାସିକ ରାଜ୍ୟର ସ୍କୁଲ ଶିକ୍ଷା ପାଇଁ ‘ଦୀକ୍ଷା’ ପୋଗ୍ରାମ ହେବ। ଓ୍ବାନ ନେସନ୍, ଓ୍ବାନ ଡିଜିଟାଲ ପ୍ଳାଟଫର୍ମ ହେବ।  ପ୍ରଥମରୁ ଦ୍ବାଦଶ ଶ୍ରେଣୀର ପ୍ରତି କ୍ଳାସ ପାଇଁ ଏକ ଚିହ୍ନିତ ଟିଭି ଚ୍ୟାନେଲ ରହିବ। ରେଡିଓ, ପୋଡକାଷ୍ଟ, କମ୍ପ୍ୟୁନିଟି ରେଡିଓର ଏଥିରେ ବ୍ୟବହାର କରାଯିବ।  ଟପ୍ ୧୦୦ ବିଶ୍ବବିଦ୍ୟାଳୟରେ ଅନଲାଇନ୍ କୋର୍ସେଜ୍ ଆରମ୍ଭ ପାଇଁ ୩୦ ମଇ ପର୍ଯ୍ୟନ୍ତ  ଅନୁମତି ଦିଆଯିବ।।

ଏନସିଡିକୁ ଲିଷ୍ଟ କରୁଥିବା କମ୍ପାନୀକୁ  ଲିଷ୍ଟେଡ୍ କରାଯିବନି: ଛୋଟ ବୈଷୟିକ ଏବଂ ପ୍ରକ୍ରିୟାଗତ ଅଭାବଗୁଡିକ ବର୍ତ୍ତମାନ ଅପରାଧୀକରଣ ତାଲିକାରୁ ହଟାଯାଉଛି। କମ୍ପାଉଣ୍ଡେବଲର ଅଫିସେଜ୍ ଅନୁସାରେ ୧୮ ସେକ୍ସନର ସୀମାକୁ ବଢାଇ ୫୮ କରିଦିଆଯାଇଛି। ୭ କମ୍ପାଉଣ୍ଡେବଲ୍ ଅଫିସ୍ ସଂପୂର୍ଣ୍ଣ ଭାବେ ଛାଡି ଦିଆଯାଇଛି ଏବଂ 5 ଟିକୁ ବିକଳ୍ପ ଫ୍ରେମୱାର୍କ ଅଧୀନରେ ନିଆଯିବ |

ରାଜ୍ୟ ଗୁଡିକ ପାଇଁ ବଡ ଘୋଷଣା:  ୨୦୨୦-୨୧ ପାଇଁ ରାଜ୍ୟର ନେଟ୍ ବୋରୋଇଂ ସିଲିଂ ୬.୪୧ ଲକ୍ଷ କୋଟି ଟଙ୍କା, ଯାହାକି ଜିଏସଡିପିର ୩ ପ୍ରତିଶତ ଉପରେ ଆଧାରିତ। ଏଥିରେ ୭୫ ପ୍ରତିଶତ ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ଦ୍ବାରା ତାଙ୍କୁ ଅଥରାଇଜ୍ କରାଯାଇ ସାରିଛି। ରାଜ୍ୟ ଗୁଡିକ ଏପର୍ଯ୍ୟନ୍ତ ଏହି ଲିମିଟର ୧୪ ପ୍ରତିଶତ ଉଦ୍ଧାର ନେଇସାରିଛନ୍ତି।  ତଥାପି ମଧ୍ୟ ରାଜ୍ୟ ଗୁଡିକ ଏହି ବରୋଇଙ୍ଗକୁ ୩ ପ୍ରତିଶତ ବଢାଇ ୫ ପ୍ରତିଶତ କରିବାକୁ କେନ୍ଦ୍ରକୁ ଅପିଲ କରିତିଲେ। ରାଜ୍ୟ ଗୁଡିକର ଅପିଲ ପରେ ବରୋଇଙ୍ଗ ଲିମିଟକୁ ବଢାଇ ୫ ପ୍ରତିଶତ କରିଦିଆଯାଇଛି। ଏହା କେବଳ ୨୦୨୦-୨୧ ପାଇଁ ରହିଚି। ଏହାଦ୍ବାରା ରାଜ୍ୟକୁ ୪.୨୮ ଲକ୍ଷ କୋଟି ଟଙ୍କାର ଏକ୍ସଟ୍ରା ରିସୋର୍ସ ମିଳିବ।
Next Post Previous Post
No Comment
Add Comment
comment url