ନୂଆଗାଁ- ୧୯/୦୫/୨୦୨୦-(ନୟାଗଡ଼ ଖବର)- ସବୁଜ ଜୋନରେ ଥିବା ନୟାଗଡ଼ ଜିଲ୍ଲାରେ ଏଇ କମ ଦିନରେ କୋରୋନା ପଜିଟିଭ ସଂଖ୍ୟା କ୍ମଶଃ ବଢ଼ିଚାଲିଛି । ଏହାକୁ ମୁକାବିଲା କରିବାପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ଉଦ୍ୟମ ଚାଲିଛି ।
ଆଜି ନୂଆଗାଁ ବ୍ଳକ ବେରୁଆଁବାରୀ ଠାରେ ୫୦ ରୁ ଅଧିକ ରାଜସ୍ଥାନି ପ୍ରବାସୀଙ୍କୁ ବେରୁଆଁବାରୀ ହାଇସ୍କୁଲରେ ରଖାଯାଇଛି । ୬୨ଜଣ ରାଜସ୍ଥାନୀ ପ୍ରବାସୀ ,ସେମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ଅଛନ୍ତି । ଏହି ଦଳ ରାସ୍ତାରେ ଚାଲି ଚାଲି ନିଜ ଘରକୁ ଯାଉଥିଲେ । ବାହାଡାଝୋଲା ଫାଣ୍ଡି ଅଧିକାରୀ ଏମାନଙ୍କୁ ଅଟକାଇଥିଲେ । ନୂଆଗାଁ ବିଡିଓଙ୍କ ଉପସ୍ଥିତିରେ ଏମାନଙ୍କୁ ହାଇସ୍କୁଲରେ ରଖାଯାଇଛି ।ଏହି ଲୋକମାନେ କହିବା ଅନୁସାରେ ସେମାନେ ଗଂଜାମ ଜିଲ୍ଲା କାଦୁଆରୁ ରାଜସ୍ଥାନ ଯାଉଥିଲେ । ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି ସେମାନେ ସେଠାରେ କଣ କରୁଥିଲେ । ଏତେ ଦିନଯାଏ ସେମାନେ କିପରି ଥିଲେ । କାଦୁଆ ପରେ ଦୁଇଟି ପଞ୍ଚାୟତ ଅତିକ୍ରମ କରି ଆସିଲାବେଳେ ଲୋକମାନଙ୍କ ନଜରରେ ପଡିଲେନି କିପରି ।
0 Comments