ରାଜ୍ୟରେ ଚିହ୍ନ୍ନଟହେଲେ ଆଉ ନୂଆ ୨୬ଆକ୍ରାନ୍ତ । ଗଂଜାମରୁ ଚିହ୍ନଟହେଲେ ୧୯ ପଜିଟିଭ ।

 ଭୁବନେଶ୍ବର- ୦୮/୦୫/ ୨୦୨୦- (ନୟାଗଡ଼ ଖବର) - ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ । ଗଂଜାମର ୧୯, କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫କୁ ବୃଦ୍ଧି । ସମସ୍ତ ଆକ୍ରାନ୍ତ କ୍ୱାରେନଟିନ୍ ସେଂଟରରେ ରହୁଥିଲେ ।
Photo credited from Twitter page of health and family walfare department of odisha.
  ରାଜ୍ୟରେ ଏବେ ୧୮୧ଟି ଆକ୍ଟିଭ ମାମଲା ରହିଛି । ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗଂଜାମର ୧୯ ନୂଆ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୭ରେ ପହଂଚିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଛି । ଜିଲ୍ଲାରେ ଆଗରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳବେ ଆଜି ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜାଜପୁର ଜିଲ୍ଲାରେ ସର୍ବାଧିକ ୫୪ ପଜିଟିଭ । ଦ୍ବିତୀୟରେ ଅଛି ଖୋର୍ଦ୍ଧା ଓ ତୃତୀୟରେ ଅଛି ଗଂଜାମ ।ବାଲେଶ୍ବର ୨୭, ଭଦ୍ରକ ୨୩, ସୁନ୍ଦରଗଡ ୧୨, କେନ୍ଦ୍ରାପଡ଼ା ୮ , ଜଗତସିଂହପୁର ୫, ମମୟୁରଭଂଜ ୪, ବଲାଙ୍ଗୀର ୨, ଝାରସୁଗୁୁଡା ୨, କେନ୍ଦୁଝର ୨, କଳାହାଣ୍ଡି ୨ , ଦେବଗଡ, କୋରାପୁଟ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ଗୋଟିଏ ଲେଖାଏଁ ପଜିଟିଭ  ଚିହ୍ନଟ । ରାଜ୍ର୍ୟର ମୋଟ ଆକ୍ରାନ୍ତ ଚିହ୍ନଟ ହେଲେ ୨୪୫ । ସେଥିରୁ ୬୨ ସୁସ୍ଥ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ  ଘଟିଛି ।

Post a Comment

0 Comments