କରୋନା ମୁକାବିଲା ପାଇଁ ତହସିଲଦାରଙ୍କୁ ମାକ୍ସ ଓ ସାଇଟାଇଜର ପ୍ରଦାନକଲା ଫୁଲବାଣୀର ଡେଲିଭରି କୋରିଅର ପ୍ରାଇଭେଟ୍ ଲିମିଟେଡ ।

ଫୁଲବାଣୀ- ନୟାଗଡ଼ ଖବର-୦୬/୦୫/୨୦୨୦ ଖଜୁରୀପଡ଼ା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗଡ଼ ପଦର ଠାରେ କରୋନା ପାଇଁ ଯାନବାହାନ ଯାଂଚ୍ ନିମନ୍ତେ ହୋଇଥିବା  ଜିଲ୍ଲା ର ପ୍ରବେଶପଥ ନାକା ପଏଣ୍ଟ ଠାରେ ଫୁଲବାଣୀ ଡେଲିଭରି କୋରିୟୋର ତରଫରୁ ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ସାନିଟାଇଜର ଏବଂ ମାସ୍କ ପ୍ରଦାନ କରାଯାଇଛି । 
ତହସିଲଦାର ଶ୍ରୀମତୀ ନାୟକ ସବୁବେଳେ ବିଭିନ୍ନ ଅଂଚଳରେ ସଚେତନତା ଏବଂ ନିଜର ସରକାରୀ କାର୍ଯ୍ୟକ୍ରମ ଜାରି ରଖିବା ସହ ଅନେକ ସମୟରେ ରାସ୍ତା ଘାଟରେ ବିନା ମାସ୍କ ରେ ଯାଉଥିବା ଲୋକଙ୍କୁ ଦେଖିଲେ ସେମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେବାସହ ମାସ୍କ ପ୍ରଦାନ କରୁଥିବା ଦେଖାଯାଏ।ଆଜି ସେଥିପାଇଁ ଫୁଲବାଣୀ ଡେଲିଭରି କୋରିୟୋର କାର୍ଯ୍ୟାଳୟ ତରଫରୁ  ସତ୍ୟପ୍ରିୟ ମହାପାତ୍ର ରାଜକମଲ ପ୍ରଧାନ ବିଶ୍ୱଜିତ୍ ରାଉତ ଏବଂ ମାନସ ରଞ୍ଜନ କର ପ୍ରମୁଖ ଙ୍କ ସହଯୋଗ ରେ ଆଜି ଖଜୁରୀପଡ଼ା ତହସିଲଦାର ଶ୍ରୀମତି ସ୍ୱପ୍ନିତା ନାୟକଙ୍କୁ ସାନିଟାଇଜର ଏବଂ ମାସ୍କ ପ୍ରଦାନ କରାଯାଇଛି। ଡେଲିଭରି କୋରିୟୋର ତରଫରୁ ସାନିଟାଇଜର ଏବଂ ମାସ୍କ ପ୍ରଦାନ କରିଥିବା ରୁ ତହସିଲଦାର ଶ୍ରୀମତି ସ୍ୱପ୍ନିତା ନାୟକ ଡେଲିଭରି କମ୍ପାନୀ ଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି।
Next Post Previous Post
No Comment
Add Comment
comment url