ଆସନ୍ତା କାଲି ଠାରୁ ରାଜ୍ୟରେ ଗଡିବ ବସ l ଜାରି ହେଲା ଏହି ଗାଇଡଲାଇନ l

https://www.amazon.in/
ଭୁବନେଶ୍ୱର 24/05/2020- ନୟାଗଡ ଖବର-  ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ବସ୍ ଓ ଟ୍ୟାକ୍ସି। ଆସନ୍ତା କାଲିଠାରୁ  ବସରେ ଯେତିକି  ସଂଖ୍ୟକ ସିଟ୍ ରହିଛି ସେତିକି ଯାତ୍ରୀ ରହିବେ। ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସିଟି ବସ୍, ଅଟୋ ଟ୍ୟାକ୍ସି ଚଳାଚଳ ହେବ। ବସରେ କୌଣସି  ଯାତ୍ରୀ  ଠିଆ ହୋଇ ଯାଇପାରିବେ ନାହିଁ ବୋଲି
ଆଜି ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି। ଆସନ୍ତାକାଲିଠାରୁ ଟ୍ରେନ ଏବଂ ବିମାନ ଚଳାଚଳ କରିବ। ବସରେ ଯାତ୍ରା ସମୟରେ ବସରେ କିମ୍ବା ଯାତ୍ରୀ ନିଜ ପାଖରେ ସାନିଟାଇଜର ପାଖରେ ରଖିଲେ ଭଲ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି। ଯିଏ ନିୟମ ଭାଙ୍ଗିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସିଟି ବସ୍ ଚଳାଚଳ କରିବା ସହ ୩ ଚକିଆ ଓ ୪ ଚକିଆ ଚଳା ଚଳ କରିପାରିବ। ତେବେ  ଚାଳକଙ୍କ ସହ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ରହିବେ। ଆନ୍ତଃରାଜ୍ୟ ବସ ଆସିଲେ ଦୁଇ ରାଜ୍ୟର ସରକାରଙ୍କ ଅନୁମତି ନେବାକୁ ପଡିବ।
Next Post Previous Post
No Comment
Add Comment
comment url