ଭଦ୍ରକ - 22/05/2020 -(ନୟାଗଡ ଖବର):- ଅମ୍ଫାନ ବାତ୍ୟାରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବଳିଆ ପଞ୍ଚାୟତ ର ଛପୁଲିଆ ଗାଁରେ ଅନେକ ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇ ଯାଇଛି ଓ କିଛି ଘର ଅଳ୍ପ କିଛି କ୍ଷୟ ହୋଇଯାଇଛି ।
ଏମାନଙ୍କ ପାଖକୁ ସରକାରୀ ସାହାୟତା ପହଁଚି ନାହିଁ । ଏହି ସମୟରେ ଏହି ଅସହାୟମାନଂକୁ ସହାୟତାର ହାତ ବଢାଇଛି "ମଦର ଟେରେସା ଫାଉଣ୍ଡେସନ" ।ଅସହାୟ ଗରିବ ଓ ବାତ୍ୟା ରେ ଭାଙ୍ଗିଯାଇଥିବା ଲୋକମାନଙ୍କ ଦୁଃଖରେ ସାହାଯ୍ୟ କରିବାକୁ ପହଞ୍ଚିଛି " ମଦର ଟେରେସା ଫାଉଣ୍ଡେସନ"ର କର୍ମକର୍ତ୍ତା ଜମିରଉଦ୍ଦିନ୍ ,ଏମ୍.ଡି.ଫୟାଦ, ଗୁଲଫାସ୍ ବିବି, ଶଙ୍କର ଦାସ, ରାଜୁ ଦାସ, ସଞ୍ଜିଦା ଖାତୁନ ଓ ଅନ୍ୟମାନେ l ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ
କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ସଂଗଠନ କର୍ମକର୍ତ୍ତାମାନେ ପଚାରି ବୁଝିଥିଲେ ।
0 Comments