ବିଏସଏନଏଲ ନିଜର ନୂଆ ୫୫୧ ଟଙ୍କିଆ ଡାଟା ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୯୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୫ ଜିବି ଡାଟା ମିଳିବ । ତେବେ ଏଥିରେ ଉପଭୋକ୍ତାଙ୍କୁ କଲିଂ ଏବଂ ମେସେଜ୍ (SMS) ସୁବିଧା ମିଳିବ ନାହିଁ । କିନ୍ତୁ ଇଣ୍ଟରନେଟ୍ ବ୍ୟବହାର ପାଇଁ ଏକ ମାସରେ ୧୫୦ ଜିବି ଡାଟା ପାଇବେ ଗ୍ରାହକ । ଯଦି ହିସାବ କରାଯାଏ ତେବେ କମ୍ପାନୀ ମାତ୍ର ୧.୨୪ ଟଙ୍କାରେ ୧ ଜିବି ୨ଜି / ୩ଜି ଡାଟା ଦେଉଛି ।
ଏହି ୯୦ ଦିନିଆ ପ୍ଲାନରେ ଉପଭୋକ୍ତା ୪୫୦ ଜିବି ଡାଟା ପାଇବେ । ଏହି ଯୋଜନା ଅନେକ ସର୍କଲରେ ଉପଲବ୍ଧ କରାଯାଇଛି । ଆପଣଙ୍କ ସର୍କଲ ଅନୁଯାୟୀ ଏହି ଯୋଜନା ଉପଲବ୍ଧ କି ନାହିଁ ତାହା ଆପଣଙ୍କୁ ଯାଞ୍ଚ କରିବାକୁ ପଡିବ । ଏନେଇ ଗ୍ରାହକ ଅଫିସିଆଲ୍ ୱେବସାଇଟ୍ ଏବଂ BSNL ର ଆପ୍ ରେ ସୂଚନା ପାଇପାରିବେ ।
୧୯୯୯ ଟଙ୍କିଆ ପ୍ଲାନ୍
୧୯୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନରେ BSNL ୟୁଜର୍ସ ପ୍ରତିଦିନ ୩ ଜିବି ଡାଟା ଏବଂ ୧୦୦ SMS ପାଇବେ | ଏହା ସହିତ, କମ୍ପାନୀ ଯେକୌଣସି ନେଟୱାର୍କକୁ କଲ କରିବା ପାଇଁ ଉପଭୋକ୍ତାମାନଙ୍କୁ ୨୫୦ ମିନିଟ୍ ଦେଉଛି | ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ BSNL ଟିଭି ଏବଂ ଟ୍ୟୁନ୍ ମାଗଣାରେ ଯୋଗାଇ ଦିଆଯିବ । ଏହି ପ୍ୟାକ୍ ର ସମୟ ସୀମା ହେଉଛି ୩୬୫ ଦିନ ।
୧୬୯୯ ଟଙ୍କିଆ ପ୍ଲାନ୍
ଗ୍ରାହକ ଏହି ପ୍ୟାକରେ ପ୍ରତିଦିନ ୩ ଜିବି ଡାଟା ଏବଂ ୧୦୦ SMS ପାଇବେ | ଏହି ପ୍ୟାକ୍ ମାଧ୍ୟମରେ ଉପଭୋକ୍ତାମାନେ ଯେ କୌଣସି ନେଟୱାର୍କରେ ଅସୀମିତ କଲ୍ (ପ୍ରତିଦିନ ୨୫୦ ମିନିଟ୍) କରିପାରିବେ । ଏହି ପ୍ୟାକର ସମୟ ସୀମା ହେଉଛି ୩୬୫ ଦିନ |
0 Comments