ଚିଟ୍ଫଣ୍ଡ ତଦନ୍ତ କମିଶନଙ୍କର ଶୁଣାଣୀ ବନ୍ଦ ହୋଇଛି । ଏ ନେଇ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜମାକାରୀ ଟଙ୍କା ଫେରି ପାଇବେ କି ନାହିଁ ସେ ନେଇ ଚିନ୍ତାରେ ଅଛନ୍ତି । ତେବେ ଏହାକୁ ନେଇ ରାଜ ନୈତିକ ବୟାନ ବାଜି ଜୋର ଧରିଛି ।
କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଛି ବୋଲି ବିଜେଡି କହିଛି । ଫେବ୍ରୁଆରୀ ୪ ତାରିଖରେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ କର୍ପସ ଫଣ୍ଡ ବି ତିଆରି ହୋଇଛି । ଚିଟ୍ ଫଣ୍ଡ କମ୍ପାନୀମାନଙ୍କର ସମ୍ପତ୍ତି ଆଟାଚ୍ କରି ଜମାଟଙ୍କା ଫେରାଇବା ପାଇଁ କୁହାଯାଇଥିଲା ।
କ୍ଷୁଦ୍ରଜମାକାରୀଙ୍କ ମଧ୍ୟରୁ ଏକ ଲକ୍ଷ ଲୋକଙ୍କ କ୍ଷୁଦ୍ର ଜମାଟଙ୍କା ଫେରସ୍ତ କରାଯାଇଛି । ଏବେ ଜମାକାରୀ କ୍ଷତିଗ୍ରସ୍ତ ମଞ୍ଚ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ବ୍ଲକରେ ଆନ୍ଦୋଳନ କରିବ ବୋଲି କହିଛି ।
ଚିଟ୍ଫଣ୍ଡ ଘୋଟାଲାର ନ୍ୟାୟିକ ତଦନ୍ତ ଲାଗି ସରକାର ଜଷ୍ଟିସ ମଦନମୋହନ ଦାସ କମିଶନ ୨୦୧୩ ମସିହାରୁ ଗଠନ କରିଥିଲେ । ଫେବ୍ରୁଆରୀ ୪ରେ କମିଶନଙ୍କ କାର୍ଯ୍ୟକାଳ ସରିଛି ।

0 Comments