Ticker

6/recent/ticker-posts

ଆନ୍ତର୍ଜାତୀୟ ମହିଳା ଦିବସପାଇଁ ସରକାରଙ୍କ ଏହି ସ୍କିମରେ ମହିଳାଙ୍କୁ ମିଳିବ ଟଙ୍କା! ଜାଣନ୍ତୁ ଯୋଜନା ବିଷୟରେ ॥

ମହିଳାଙ୍କୁ ‘ଣ୍ଟାଣ୍ଡ ଅପ୍ ଇଣ୍ଡିଆ’ ଯୋଜନାରେ ୪ ବର୍ଷରେ ୧୬,୭୧୨ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ମଙ୍ଗଳବାର ଏହି ସୂଚନା ଦେଇଛି ଅର୍ଥ ମନ୍ତ୍ରାଳୟ  । ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ୮୧ ପ୍ରତିଶତ ହେୁଛନ୍ତି ମହିଳା  । ଆପଣଙ୍କୁ କହିରଖୁଛୁ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଲୋନ୍ ଯୋଜନାରେ ଜଣେ ଅନୁସୂଚିତ ଜାତି-ଜନଜାତି କିମ୍ବା ଜଣେ ମହିଳାଙ୍କୁ ବ୍ୟାଙ୍କରୁ ଲୋନ୍ ନେଇ ଏକ ନୂଆ ବ୍ୟବସାୟ ସ୍ଥାପନ କରିବା ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ଯ୍ଯନ୍ତ ଲୋନ୍ ଦେଇଥାଏ ।

ଗତ ୬ ବର୍ଷ ମଧ୍ୟରେ ମନ୍ତ୍ରାଳୟ ବିଭିନ୍ନ ଯୋଜନା ଆଣିଛି ଯେଉଁଥିରେ ମହିଳାଙ୍କ ସଶକ୍ତିକରଣ ପାଇଁ ବିଶେଷ ସୁବିଧା ରହିଛି । ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମନ୍ତ୍ରାଳୟ କହିଛି କି ଏହି ଯୋଜନା ମାଧ୍ୟମରେ ମହିଳାମାନେ ଆର୍ଥିକ ରୂପେ ସଶକ୍ତ ହେବେ ଏବଂ ଉତ୍ତମ ଜୀବନ ଯାପନ କରିବା ସହ ନିଜ ସ୍ୱପ୍ନ ପୂରଣ କରିପାରିବେ ।

ମହିଳାଙ୍କୁ ମିଳିଛି ୧୬,୭୧୨ କୋଟି ଟଙ୍କାର ଲୋନ୍
୫ ଏପ୍ରିଲ୍ ୨୦୧୬ ମସିହାରେ ଷାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଆରମ୍ଭ ହୋଇଥିଲା । ଏହାର ଏକ ନୂଆ ଉପକ୍ରମ ସ୍ଥାପନ କରିବା ପାଇଁ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କର ପ୍ରତ୍ୟକ ଶାଖାକୁ ଏକ ଅନୁସୂଚିତ ଜାତି କିମ୍ବା ଜନଜାତିର ବ୍ୟକ୍ତି ଏବଂ ଅତିକମରେ ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାରୁ ୧ କୋଟି ପର୍ଯ୍ୟନ୍ତ ଋଣ ଦେବା ବାଧ୍ୟତାମୂଳକ । ମନ୍ତ୍ରାଳୟ କହିଛି, ’୧୭ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଅନୁସାରେ ୮୧ ପ୍ରତିଶତ ଖାତାଧାରୀ ମହିଳା ଥିଲେ । ମହିଳାଙ୍କ ପାଇଁ ସମୁଦାୟ ୭୩,୧୫୫ ଖାତା ଖୋଲା ଯାଇଛି । ମହିଳା ଖାତାଧାରୀଙ୍କ ପାଇଁ ୧୬,୭୧୨ କୋଟି ଟଙ୍କାର ଲୋନ୍ ମଞ୍ଜୁର କରାଯାଇଛି । ସେମାନଙ୍କୁ ୯,୧୦୬.୧୩ କୋଟି ଟଙ୍କାର ଲୋନ୍ ଦିଆଯାଇଛି ।’

Post a Comment

0 Comments