ଆସୁଛି ହୋଲି । ବହୁତ ସାରା ମସ୍ତି ଓ ଖାଦ୍ୟପେୟ ସହ ପାଳନ ହେବ ରଙ୍ଗର ଉତ୍ସବ ହୋଲି । ଚାରିଆଡେ ଦେଖାଯିବ କେବଳ ରଙ୍ଗ ଆଉ ରଙ୍ଗ । ସବୁ କିଛି ହୋଇଯିବ ରଙ୍ଗୀନ । ସମସ୍ତେ ଏଥିପାଇଁ ସମସ୍ତେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେବେ ।
ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇବେ । ସମସ୍ତେ ନିଜ ଡ୍ରେସ୍, ସ୍କିନ୍ ଓ କେଶ ପାଇଁ ଚିନ୍ତା ନକରି ବେଧଡକ ଭାବେ ହୋଲି ଖେଳିବେ । ତେବେ ଆପଣଙ୍କୁ କହିରଖୁଛୁ କିଛି ରଙ୍ଗ କେମିକାଲ୍ ଯୁକ୍ତ ହୋଇଥାଏ । ଏହି ରଙ୍ଗ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ।
ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇବେ । ସମସ୍ତେ ନିଜ ଡ୍ରେସ୍, ସ୍କିନ୍ ଓ କେଶ ପାଇଁ ଚିନ୍ତା ନକରି ବେଧଡକ ଭାବେ ହୋଲି ଖେଳିବେ । ତେବେ ଆପଣଙ୍କୁ କହିରଖୁଛୁ କିଛି ରଙ୍ଗ କେମିକାଲ୍ ଯୁକ୍ତ ହୋଇଥାଏ । ଏହି ରଙ୍ଗ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ।
ଏମିତି ରଙ୍ଗ ପଡିବା ଫଳରେ ଅନେକ ପ୍ରକାର ଆଲର୍ଜି, ସ୍କିନ୍ ଇନଫେକ୍ସନ ଓ ପେଟ ଜନିତ ରୋଗ ହେବାର ସମ୍ଭାବନା ରହିଥାଏ । କିଛି ଲୋକଙ୍କ ହୋଲି ପରଦିନ ଜ୍ୱର ମଧ୍ୟ ହୋଇଯାଏ । ରଙ୍ଗରେ ଥିବା କେମିକାଲ୍ ସ୍କିନ୍ ସହିତ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଟିପ୍ସ ସମ୍ପର୍କରେ ଯାହା ଆପଣଙ୍କ କେଶକୁ ରଙ୍ଗର ନକାରାତ୍ମକ ପ୍ରଭାବରୁ ରକ୍ଷା କରିବ ।
ସ୍କାର୍ଫ ଢାଙ୍କିଦିଅନ୍ତୁ
ହୋଲି ଖେଳିବାକୁ ଯିବା ସମୟରେ ସ୍କାର୍ଫରେ ଢାଙ୍କି ହୋଇଯାନ୍ତୁ । ଏହି ସ୍କାର୍ଫ ଆପଣଙ୍କୁ କେଶ ମୂଳରେ ରଙ୍ଗ ଜମା ହେବାକୁ ଦେବନି ଏବଂ ବାଳକୁ ସୁରକ୍ଷିତ ରଖିବ । ସ୍କାର୍ଫର ଫ୍ୟାସନ ଚାଲିଛି ତେଣୁ ଆପଣଙ୍କ ସ୍କାର୍ଫ ଯୁକ୍ତ ଲୁକ୍ ମଧ୍ୟ ହୋଲି ଉତ୍ସବରେ ଆପଣଙ୍କ ଡ୍ରେସ ସହିତ ଫ୍ୟାସନେବଲ ଦେଖାଯିବ ।
ଚୁଟିରେ ଲଗାଇଦିଅନ୍ତୁ ତେଲ
ହୋଲି ଖେଳିବା ପୂର୍ବରୁ ପ୍ରସ୍ତୁତ ହୋଇଯାନ୍ତୁ । ହୋଲିର ଗୋଟିଏ ଦିନ ପୂର୍ବରୁ ଚୁଟିରେ କେଶ ଲଗାଇଦିଅନ୍ତୁ । ତେଲ ଲଗାଇ ଭଲଭାବେ ମସାଜ୍ କରନ୍ତୁ । ଏହା ସହିତ ସ୍କିନରେ ମଧ୍ୟ ବଡି ଲୋସନ୍ ଭଲ ଭାବେ ମସାଜ କରିଦିଅନ୍ତୁ । ଆପଣ ସ୍କିନ୍ ପାଇଁ କୌଣସି ଖାସ୍ ମଶ୍ଚରାଇଜର୍ ମଧ୍ୟ ବ୍ୟବହାର କରିପାରିବେ । ତେଲ ଓ ମଶ୍ଚରାଇଜର ସ୍କିନ୍ ପାଇଁ ପ୍ରୋଟେକ୍ଟିଭ୍ ଲେୟର ରୂପେ କାମ କରିଥାଏ । ଏହା କେଶକୁ ଡ୍ୟାମେଜରୁ ରକ୍ଷା କରିଥାଏ ।
ସ୍କାଲ୍ପରେ ଲଗାନ୍ତୁ ଲେମ୍ବୁ
ହୋଲିରେ କେମିକାଲ୍ ରଙ୍ଗରୁ କେଶକୁ ବଞ୍ଚାଇବା ପାଇଁ ସ୍କାଲ୍ପ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ସ୍କାଲ୍ପକୁ ରଙ୍ଗରୁ ବଞ୍ଚାଇବା ପାଇଁ ତେଲରେ ଲେମ୍ବୁ ମିଶାଇ ଲଗାନ୍ତୁ । ଲେମ୍ବୁ ଲଗାଇବା ଫଳରେ ସ୍କାଲ୍ପରେ ଇନଫେକ୍ସନ ହୋଇନଥାଏ ।
କେଶକୁ ଭଲ ଭାବେ ବାନ୍ଧି ଦିଅନ୍ତୁ
ହୋଲି ଖେଳିବାକୁ ଯିବା ସମୟରେ ବାଳକୁ ଭଲଭାବେ ବାନ୍ଧି ଦିଅନ୍ତୁ ଯାହା ଫଳରେ ରଙ୍ଗ ସହଜରେ ଭିତରକୁ ପ୍ରବେଶ କରିପାରିବନି । ନଚେତ୍ ଲମ୍ବା କେଶରେ ରଙ୍ଗ ସହଜରେ ପଶିଯାଏ ଏବଂ ବାହାରିବାରେ ମଧ୍ୟ ଅସୁବିଧା ହୋଇଥାଏ । କେମିକାଲ ଯୁକ୍ତ ରଙ୍ଗ କେଶକୁ ଅଧିକ କ୍ଷତି କରିଥାଏ ।
ହେୟାର ଆକ୍ସେସିରିଜ ବ୍ୟବହାର କରନ୍ତୁ ନାହିଁ
ହୋଲି ଖେଳିବା ସମୟରେ ଆପଣ ନିଜ କେଶରେ କୌଣସି ପ୍ରକାର ଆକ୍ସେସିରିଜ ବ୍ୟବହାର କରନ୍ତୁନାହିଁ । ଏହି ଜିନିଷ ରଙ୍ଗ ଯୋଗୁଁ କେଶରେ ଫସିଯାଏ ଯାହା ଫଳରେ ଆପଣଙ୍କ ଚୁଟି ଛିଣ୍ଡି ଯିବା ବା ଉପୁଡିଯିବାର ସମ୍ଭାବନା ରହିଥାଏ ।
1 Comments
Subscribe our blog update news and information online. Please get in touch we had love to hear from you...
ReplyDelete