Ticker

6/recent/ticker-posts

୫ତାରିଖରୁ ଓଡ଼ଶାରେ ପ୍ରବଳ ବର୍ଷା! ଆଜିଠୁ ଆରମ୍ଭ.....

ଆଜି କାଁ ଭା ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୪ ତାରିଖରେ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ୫ ତାରିଖରୁ ବର୍ଷା ପରିମାଣ ବଢ଼ିପାରେ । ୫ରୁ ୭ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ସମ୍ଭାବ୍ୟ ବର୍ଷା ଯୋଗୁ ରାଜ୍ୟରେ ଦିନ ତାପମାତ୍ରା ବଢ଼ିବନି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସୋମବାର ଖରା ପ୍ରକୋପ ଅଧିକ ନଥିଲା । ମଝିରେ ମଝିରେ କେତେକ ଜାଗାରେ ପାଗ ଆଂଶିକ ମେଘୁଆ ରହିଥିଲା । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଜାଗାରେ ବର୍ଷା ରେକର୍ଡ ହୋଇନାହିଁ । ପାଣିପାଗ ବିଭାଗ କହିଛି, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ତେବେ ପୂର୍ବ ଓ ପଶ୍ଚିମ ଦିଗରୁ ପବନ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପାଗ ମଝିରେ ମଝିରେ ମେଘୁଆ ରହିବ । ଆଜି ଉତ୍ତର ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ୪ ତାରିଖରେ ବର୍ଷା ପରିମାଣ ବଢ଼ିପାରେ ।
ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । କାଳବୈଶାଖୀ ହୋଇପାରେ । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବା ଆଶଙ୍କା ଅଛି । ୫ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବ । ଧୂଳିଝଡ଼ ଆଶଙ୍କା ମଧ୍ୟ ରହିଛି ।

Post a Comment

0 Comments